ସଂଚାର ବ୍ୟୁରୋ: ବାଲେଶ୍ୱର ସୋର ଥାନା ବିରିପଡ଼ା ଗାଁରେ ଲୁଟେରାଙ୍କ ଆତଙ୍କ। ଗର୍ଭବତୀଙ୍କୁ ଛାଡିଲେନି ଲୁଟେରା। ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହ ଲୁଟିନେଲେ ଟଙ୍କା ଓ ଅଳଙ୍କାର। ଗ୍ରାମର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଥିଲେ। ଗତ ରାତିରେ ଚାରିଜଣ ଦୁର୍ବୃତ୍ତ ପଲିଥିନ ଚିରି ଘର ଭିତରକୁ ପଶିଥିଲେ। ଅହଲ୍ୟାଙ୍କ ଗର୍ଭବତୀ ଝିଅକୁ ମାଡ଼ ମାରିବା ସହିତ ପରିବାରର ୩ଜଣଙ୍କୁ ହାତଗୋଡ଼ ବାନ୍ଧି ଲୁଟିଥିବା ଅଭିଯୋଗ ହୋଇଛି। ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କାର ଗହଣା ଓ ନଗଦ ୧୪ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ରଶ୍ମିତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗାଁର ଚକ୍ରଧର ବେହେରାଙ୍କ ଘରୁ ଗତରାତିରେ ଝରକା ଭାଙ୍ଗି ସୁନା ଓ ନଗଦ ଟଙ୍କା ଲୁଟ ହୋଇଛି। । ଏନେଇ ସୋର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।