ସଂଚାର ବ୍ୟୁରୋ: କାଳ ହେଲା ରିଲ୍ସ ନିଶା । ରିଲ୍ସ କଲାବେଳେ କେନାଲରେ ପଡି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ନାବାଳକ ନିଖୋଜ ଅଛନ୍ତି । ମୃତ ନାବାଳକ ହେଲେ ବରିସାହି ଗାଁର ହିମାଂଶୁ ନାୟକଙ୍କ ପୁଅ ଦିପୁ ଓ ନିଖୋଜ ନାବାଳକ ହେଲେ ଅଶୋକ ଦାସଙ୍କ ପୁଅ ହରିଆ । ଦୁଇ ଜଣ ନାବାଳକ ବାଲେଶ୍ବର ଜିଲ୍ଲା ସୋର ମଙ୍ଗଳପୁର ଶିଙ୍ଗlଖୁଣ୍ଟା ଛକ ନିକଟ ଆମ୍ବହୋତ କେନାଲ ଉପରେ ରିଲ୍ସ କରୁଥିଲେ । ଜଣକଙ୍କ ଗୋଡ଼ ଖସିଯିବାରୁ ଅନ୍ୟ ଜଣେ ଉଦ୍ଧର କରିବାକୁ ଯାଇ ଉଭୟ ନାବାଳକ ନିଖୋଜ ହୋଇଯାଇଥିଲେ l ଗାଁ ଲୋକ ଏବଂ ଅଗ୍ନିଶମ ବାହିନୀ ଦିପୁଙ୍କୁ ଗୁରୁତର ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ କରିଛନ୍ତି । ଅନ୍ୟଜଣେ ନାବାଳକଙ୍କ କୌଣସି ପତ୍ତା ମିଳିପାରିନଥିବା ବେଳେ ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛି ।