ସଂଚାର ବ୍ୟୁରୋ: ଲକ୍ଷ୍ମୀ ବସକୁ ଅଟକାଇ ବସ କାଚ ବାଙ୍ଗିବା ସହ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଲେ ମଦ୍ୟପ । ଆହତ ହୋଇ ଡ୍ରାଇଭର କମଳାକାନ୍ତ ଜେନା ଏବଂ କଣ୍ଡକ୍ଟର ରାମେଶ୍ୱର ମହାନ୍ତିଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ବେଗୁନିଆ ଛକ ନିକଟରେ । ବସଟି ରପେୟାରୁ ଖଇରା ଅଭିମୁଖେ ଆସୁଥିବାବେଳେ ଅଡ଼ା ବେଗୁନିଆ ଛକ ନିକଟରେ କିଛି ମଦ୍ୟପ ବସଟିକୁ ଅଟକାଇ ସ୍ପିଡରେ ଗାଡ଼ି ଚଲାଉଥିବା ଅଭିଯୋଗ କରି ବସର କାଚକୁ ଭାଙ୍ଗି ଦେଇଥିଲେ । ଏହାସହ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।