ସଂଚାର ବ୍ୟୁରୋ: ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ। ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି। ତେବେ ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ସେ କହିଛନ୍ତି ଯେ ସୁଭଦ୍ରା ଯୋଜନା ବଜେଟରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡିଲେ ଏହା ବଢିପାରେ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢିବ ସେ ନେଇ ତାଙ୍କ ସରକାର କାମ କରୁଛି। ମିସନ ଶକ୍ତି ମା ମାନଙ୍କୁ ଦୁବାଇ ବୁଲାଇନେଲେ ସେମାନଙ୍କ ବିକାଶ ହୋଇଯିବନି ସେମାନଙ୍କ ଏକ୍ସପୋଜର ଭିଜିଟ୍ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ସ୍କୁଟି ନେଇ ମିସନ ଶକ୍ତିର ମହିଳାମାନେ ପସ୍ତାଉଛନ୍ତି। ଗତ ସରକାର ସେମାନଙ୍କ ଉପରେ ଋଣ ଭାର ବଢାଇ ଦେଇଛି।