ସଂଚାର ବ୍ୟୁରୋ: ପୁରୀରେ ଦିନକୁ ଦିନ ବଢି ଚାଲିଛି ହତ୍ୟାକାଣ୍ଡ ଘଟଣା । ଆଜି ପୁରୀ ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ସମଗରା ଗ୍ରାମରେ ଜନ୍ମକଲା ମାକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି ପୁଅ । ମୃତକ କନକ ପ୍ରଧାନଙ୍କୁ ଫାଉଡ଼ା ଦ୍ୱାରା ଆକ୍ରମଣ କରି ହତ୍ୟା କରିଛି ପୁଅ ହେଉଛି ପିଙ୍କୁ ଓରଫ୍ ବିକ୍ରମ ପ୍ରଧାନ । ଆଜି ସକାଳେ ନିଶା ଖାଇବା ପାଇଁ ମା କନକଙ୍କୁ ଟଙ୍କା ମାଗିଥିଲା ଅଭିଯୁକ୍ତ । ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଫାଉଡାରେ ଅତି ବିଭତ୍ସ ଭାବେ ମା କୁ ହତ୍ୟା କରିଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ପିଙ୍କୁ ଓରଫ୍ ବିକ୍ରମ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ନିସ୍ତୁକ ପିଟିଥିଲେ । ଖବର ପାଇପେଣ୍ଠକଟା ମେରାଇନ୍ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କ କବଳରରୁ ପିଙ୍କୁକୁ ଉଦ୍ଧାର କରିଥିଲା ।ପିଙ୍କୁ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପୋଲିସ ଫାଉଡ଼ା ସମେତ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରିଥିବା ବେଳେ ପିଙ୍କୁକୁ ଅଟକ ରଖିଛି ।