ମଦ୍ୟପ ବାପାକୁ ଲୁହାଛଡ଼ରେ ପିଟିପିଟି ହତ୍ୟା କଲା ନାବାଳକ ପୁଅ । ବାଲିପାଟଣା ଥାନା ଆମଣାକୁଦ ପଞ୍ଚାୟତ ତିହୁରି ଗ୍ରାମରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନାବାଳକ ପୁଅର ଲୁହାଛଡ଼ ମାଡ଼ରେ ମଦ୍ୟପ ବାପାର ମୃତ୍ୟୁ ଘଟିଛି। ମୃତକ ହେଲେ ଗଜରାଜ
ମିଳିଥିବା ସୂଚନା ମୁତାବକ ଗଜରାଜ ମଦ୍ୟପାନ କରି ଘରେ ବାରମ୍ବାର ଗଣ୍ଡଗୋଳ କରୁଥିଲେ । ଗତକାଲି ରାତିରେ ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଉତକ୍ଷିପ୍ତ ହୋଇ ପୁଅ ଲୁହାଛଡ଼ରେ ବାପାର ମୁଣ୍ଡକୁ ପିଟି ଦେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତ । ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ମୃତୟନ ହେବା ସହ କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି।