ସଂଚାର ବ୍ୟୁରୋ: ଶିମିଳିପାଳରେ ନୂଆ ଅତିଥି। ମହାରାଷ୍ଟ୍ର ତାଡୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଲା ଏକ ଅଢେଇ ବର୍ଷର ବାଘୁଣୀ । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି। ଯଶିପୁର କାଳିଆଣୀ ତନଖି ଫାଟକ ଦେଇ ପ୍ରବେଶ କରି ରାତିରେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ। ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ନିମନ୍ତେ ଅଣାଯାଇଥିବା ବାଘୁଣୀକୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।