ସଂଚାର ବ୍ୟୁରୋ: ସେୟାର ବଜାରରେ ଆଜି ବ୍ଲାକ ମଣ୍ଡେ। ନିବେଶକଙ୍କ ଗୋଲ ହୋଇଗଲା ୭ ଲକ୍ଷ କୋଟି। ସେନସେକ୍ସ ସୂଚକାଙ୍କରେ ବଡ଼ଧରଣର ହ୍ରାସ ସହ ହଜାରେ ୪୮ ପଏଣ୍ଟ ଖସି ବନ୍ଦ ହୋଇଛି। ସେପଟେ ନିଫଟି ମଧ୍ୟ ୩୪୫ ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଛି। ୭୭ ହଜାର ୩୭୮ ପଏଣ୍ଟରୁ ଆରମ୍ଭ ହୋଇଥିବା ସେନସେକ୍ସ ହଜାରେ ୪୮ ପଏଣ୍ଟ ଖସି ୭୬ ହଜାର ୩୩୦ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫଟି ସୂଚକାଙ୍କ ୨୩ ହଜାର ୪୩୧ରୁ ଖସି ୨୩ ହଜାର ୧୯୫ ପଏଣ୍ଟରୁ ଆରମ୍ଭ ହୋଇଥିଲା। ତେବେ ବଜାର ଶେଷ ବେଳକୁ ୩୪୫ ପଏଣ୍ଟ ଖସି ୨୩ ହଜାର ୮୫ ପଏଣ୍ଟରେ ବନ୍ଦ ହୋଇଛି। ସେପଟେ ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କାର ବିନିମୟ ମୂଲ୍ୟ। ଡଲାର ତୁଳନାରେ ଟଙ୍କାର ମୂଲ୍ଯ ହ୍ରାସ ହୋଇ ପ୍ରତି ୧ ଡଲାରକୁ ଟଙ୍କାର ବିନିମୟ ମୂଲ୍ଯ ରହିଛି ୮୬ ଟଙ୍କା ୬୨ ପଇସା । ଆଜି ଦିନକରେ ୫୮ ପଇସା ମୂଲ୍ଯ ଖସିଛି । ଆମେରିକାରେ ସୁଧ ହାର ହ୍ରାସକୁ ନେଇ ଅନିଶ୍ଚିତତା ଯୋଗୁଁ ତାର ପ୍ରଭାବରେ ଏପରି ହୋଇଥିବା କୁହାଯାଉଛି। ସେଠାକାର ଡାଟାରେ ଆସିଛି ଉନ୍ନତି। ତେଣୁ ଡେରି ହୋଇପାରେ ସୁଧ ହାର ହ୍ରାସ। ଆଗରୁ କୁହାଯାଉଥିଲା, ସୁଧ ହାର ହ୍ରାସ ହେବ। କିନ୍ତୁ ଜବ୍ ଡାଟାରେ ଉନ୍ନତି ପରେ ଏହାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା।