ଝାରସୁଗୁଡା : ଟ୍ରେଡିଂ ଆପ୍ ନେଲା ଜୀବନ । ୨୦ରୁ ୨୫ ଲକ୍ଷ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ । ଝାରସୁଗୁଡ଼ା ଜିଆରପି ଥାନା ବାଲିଜୁରୀରେ ଟ୍ରେନ ସମ୍ମୁଖକୁ ଡେଇଁ ପଡିଛନ୍ତି ବ୍ୟକ୍ତି ଜଣଙ୍କ । ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡାର ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ମୁଖ୍ୟ କ୍ୟାସ୍ ମ୍ୟାନେଜର ଭାବେ କାମ କରୁଥିଲେ ।
ଆସନ୍ତା ୧୭ ତାରିଖରେ ତାଙ୍କର ବାହାଘର ସ୍ଥିର ହୋଇଥିଲା । କିନ୍ତୁ ସପ୍ତାହେ ପୂର୍ବରୁ ଜୀବନ ହାରିଛନ୍ତି ଯୁବକ । ଗତକାଲି ସନ୍ଧ୍ୟାରେ କାମ ସାରିବା ପରେ ଏକ ସୁଇସାଇଡ୍ ନୋଟ୍ ହ୍ବାଟସଆପରେ ପରିବାକୁ ପଠାଇଥିଲେ । ପରେ ରେଳଧାରଣାକୁ ଡେଇଁ ପଡ଼ିଛନ୍ତି । ସେ ଏକ ଟ୍ରେଡିଂ ଆପରେ ୨୦ରୁ ୨୫ଲକ୍ଷ ଟଙ୍କା ହାରିଯାଇଥିଲେ । ସେଥିପାଇଁ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।