ଆସନ୍ତାକାଲି ଚାମ୍ପିଅନ୍ସ ଟ୍ରଫିରେ ମହା ମୁକାବିଲା । ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଏଥିପାଇଁ ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଗୁଡଲକ୍ ଦେଇଛନ୍ତି ବାଲୁକାଶିଳ୍ପୀ । ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ଭାରତର ଐତିହାସିକ ବିଜୟ କାମନା କରି ଶୁଭେଛା ଜଣାଇଛନ୍ତି । ଏହି ବାଲୁକା କଳାରେ ରହିଛି ଭାରତୀୟ ତ୍ରିରଙ୍ଗା, କ୍ୟାପଟେନ ରୋହିତ ଓ ବିଶ୍ଵକପ ଟ୍ରଫିର ଅବିକଳ ବାଲୁକା ଚିତ୍ର ।ଏହାସହ ଇନଷ୍ଟଲ ହୋଇଛି ଶହେରୁ ଉର୍ଦ୍ଧ୍ଵ କ୍ରିକେଟ ବଲ୍ । ଏହି ରଙ୍ଗୀନ ଆକର୍ଷଣୀୟ ବାଲୁକା କଳାରେ ରହିଛି ଦୁବାଇ କ୍ରିକେଟ ଫିଲ୍ଡର ଚିତ୍ର । ଏହାସହିତ ଏକ କ୍ରିକେଟ ବ୍ୟାଟ ଚିତ୍ର ସହ ରହିଛି ଗୁଡ ଲକ୍ ଟିମ୍ ଇଣ୍ଡିଆର ବାର୍ତ୍ତା । ବାଲୁକା କଳାଟି ପ୍ରାୟ ୧୨ ଫୁଟ୍ ଲମ୍ବ ଓ ୬ ଫୁଟ୍ ଉଚ୍ଚତାର ନିର୍ମାଣ କରାଯାଇଛି ।