ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେବ ସାଲିଆ ସାହିର କିଛି ଅଞ୍ଚଳ ।
ଭୁବନେଶ୍ଵର ସାଲିଆ ସାହିରେ ବୁଲିଲା ବୁଲଡୋଜର । ଭାଙ୍ଗିଲା ଘର । ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଭୁବନେଶ୍ଵର ଲେଫ୍ଟ ପାରାଲାଲ ରୋଡ ପାଇଁ ଧୀରେ ଧୀରେ ଫିଟୁଛି ବାଟ । ସହରରୁ କମିବ ଭିଡ । ଖୋଲିବ ଜୟଦେବ ବିହାର ନନ୍ଦନକାନନ ଲେଫ୍ଟ ପାରାଲାଲ ରୋଡ । ଆଉ ପାଦେ ଆଗେଇଲା ଭୁବନେଶ୍ବର ବାମପାର୍ଶ୍ବ ୨୦୦ ଫୁଟିଆ ରାସ୍ତ କାମ । ଆଫରଡେବୁଲ ହାଉସିଂ ଘର ପାଇବା ପରେ ବି ଘର ଛାଡୁନଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛି ବିଡିଏ ବିଏମସି ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍ । ସାଲିଆ ସାହିରେ ଉଚ୍ଛେଦକୁ ଜୋରଦାର କରିଛି ବିଏମ୍ସି ଓ ବିଡିଏର ମିଳିତ ଏନଫୋର୍ସମେଣ୍ଟ ଟିମ୍ ।
ସୂଚନାନୁଯାୟୀ ସାଲିଆ ସାହିରେ ଚାଲିଛି ଜବରଦଖଲ ଉଚ୍ଛେଦ । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେଉଛି ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ରକାନନରୁ ଅନ୍ଧାରୁଆ ୧୩ କିମି ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ କରୁଛି ବିଏମସି ଓ ବିଡିଏ । ପୂର୍ବରୁ ମଧ୍ୟ ଉଚ୍ଛେଦ କରିଥିଲା ବିଡିଏ ଓ ବିଏମସିର ମିଳିତ ଟିମ । ମଙ୍ଗଳବାର ଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ଆଉ ପାଖାପାଖି ୫୧୭ ଘର ଉଚ୍ଛେଦ କରାଯିବ । ଉଚ୍ଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୁତୟନ ହୋଇଛନ୍ତି ।
ସେପଟେ ଉଚ୍ଛେଦକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା । ଯେଉଁମାନେ ଜାଗା ମିସନରେ ଘର ପାଇ ସାରିଛନ୍ତି ସେମାନେ ଘର ଛାଡୁ ନଥିବା ବେଳେ ଆଜି ବିଏମସି ତରଫରୁ ଉଚ୍ଛେଦ ଆରମ୍ଭ କରାଯାଇଛି ।
ଏକାମ୍ରକାନନ ଛକରୁ ହତିଆସୁଣୀ ପଡ଼ିଆ ମଧ୍ୟରେ ସାଲିଆସାହି ଭିତରେ ପ୍ରାୟ କିଛି ମିଟର କାମ ବାକି ରହିଛି । ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ୩ ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏକାମ୍ରକାନନ ପାର୍ଶ୍ବରୁ ୨୫୦ ମିଟର ରାସ୍ତା କାମ ଖୁବ୍ଶୀଘ୍ର ଆରମ୍ଭ ହେବ । ଦୁଇ ବର୍ଷ ହେଲା ହାତିଆଶୁଣୀ ପଡ଼ିଆ ଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ ।
