୨୦୨୫ର IPL ଆରମ୍ଭ ହେବାକୁ ଯାଉଛି । ୨୨ ମାର୍ଚ୍ଚରେ ହେବାକୁ ଥିବା କୋଲକାତା ନାଇଟରାଇଡର୍ସ ଏବଂ ରାୟଲ ଚ୍ୟାଲେଞ୍ଜର ବେଙ୍ଗାଲୁର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ପ୍ରତିଥର ଭଳି ଏଥର ମଧ୍ୟ ଶାହରୁଖ ଖାନ୍ ନିଜ ଟିମକୁ ଶୁଭେଚ୍ଛା ଜଣାଇବାକୁ କଲିକତାରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶାହରୁଖଙ୍କୁ ଜୋରଦାର ସ୍ବାଗତ କରିବା ସହିତ ତାଙ୍କର ଏକ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି ।
ଅନ୍ୟପଟେ ମ୍ୟାଚ୍ ର ପ୍ରସ୍ତୁତି ପର୍ଯ୍ୟାୟର ଅନ୍ତ ଘଟିଛି । ମ୍ୟାଚର ସମୟ ଯେତେ ପାଖେଇ ଆସୁଛି କ୍ରକେଟଫ୍ୟାନ୍ସଙ୍କ ଖୁସି ମଧ୍ୟ ଦ୍ବିଗୁଣିତ ହେବାରେ ଲାଗିଛି । ଏହି ଟୁର୍ଣ୍ଣାମେଣ୍ଟ ମ୍ୟାଚରେ ୧୦ଟି ଟିମ୍ ମଧ୍ୟରେ ଖେଳାଯିବ । ନିଜର ଫେବରାଇଟ୍ ଟିମର ସପୋର୍ଟ ପାଇଁ ଷ୍ଟାଡିୟମରେ ପ୍ରଶଂସକଙ୍କ ସୁଅ ଛୁଟିବାରେ ଲାଗିଛି । କିକ୍ରେଟ ପ୍ରେମୀ ଶାହରୁଖ ମଧ୍ୟ ନିଜ ଟିମର ସପୋର୍ଟ ପାଇଁ କଲିକତା ଷ୍ଟାଡିୟମରେ ପହଞ୍ଚିଛନ୍ତି । କଲିକତାରେ ପହଞ୍ଚିବା ପରେ ପବ୍ଲିକ୍ ମଧ୍ୟ ଶାହରୁଖଙ୍କୁ ଚିୟର୍ସ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । IPL ମ୍ୟାଚ୍ ପାଇଁ ସମସ୍ତଙ୍କ ମନରେ କ୍ରେଜନେସ ବଢିବାରେ ଲାଗିଛି ।
IPL ମ୍ୟାଚ୍ ପାଇଁକଲିକତା ଷ୍ଟାଡିୟମରେ ଯେତିକି ଭିଡ ଶାହାରୁଖଙ୍କୁ ଦେଖିବା ପାଇଁ ତାଠୁ ଦ୍ବିଗୁଣ ଭିଡ ଜମିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଶାହାରୁଖ ଚିୟର୍ସ କରୁଥିବାର ନଜରରେ ଆସିଛନ୍ତି । ମ୍ୟାଚ ପୂର୍ବରୁ ଟିମର ଜୋସ ବଢାଇବାରେ କୌଣସି ମୌକା ଛାଡିନାହାନ୍ତି ଶାହାରୁଖ । ଶାହାରୁଖ ତାଙ୍କ ଟିମର ସପୋର୍ଟ ପାଇଁ ପ୍ରତ୍ୟେକ ଥର ଷ୍ଟାଡିୟମରେ ପହଞ୍ଚିଥାନ୍ତି । କିନ୍ତୁ ଏଥର ଶାହାରୁଖଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ନଜର ଆସିବେ ।
ଯଦି IPL ୨୦୨୫ର ମ୍ୟାଚ୍ କଥା କୁହାଯିବ ତେବେ, ୨୨ ମାର୍ଚ୍ଚର ଓପନିଙ୍ଗ୍ ପରେ ଅଜିକ୍ୟ ରହାଣେ ଟିମ KKR ସହିତ ବିରାଟ କୋହଲିଙ୍କ ଟିମ ରାୟଲ ଚ୍ୟାଲେଞ୍ଜର ବେଙ୍ଗାଲୁର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । KKR ୩ଟି IPL ଟ୍ରଫି ଜିତିଥିବା ବେଳେ ବିରାଟ କୋହଲି IPLର ୧ମ ଟ୍ରଫି ଜିତିବା ପାଇଁ ଆଶାବାଦୀ ରହିଛନ୍ତି ।