ସଂଚାର ବ୍ୟୁରୋ: ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା । ଅଭିଯୋଗ ପରେ ବନ୍ଧମୁଣ୍ଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ କଣ ଓ ଆତ୍ମହତ୍ୟା କରିବା ପଛରେ କିଏ ଦାୟି ଅଛନ୍ତି ସେନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ଛାତ୍ରୀଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ବନ୍ଧମୁଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ଜଣଙ୍କ ଗତ 7 ତାରିଖ ରାତିରେ ଆତ୍ମହତ୍ୟା କରିଥିବା ଗତକାଲି ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ହାଇସ୍କୁଲରେ ପାଠ ପଢୁଥିବା କିଛି ଜଣ ଛାତ୍ର ଛାତ୍ରୀଙ୍କୁ ଅଶ୍ଲିଳ କମେଣ୍ଟ କରିଥିବାରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଆଜି ଅଭିଯୋଗ କରିବା ପରେ ବନ୍ଧମୁଣ୍ଡା ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।