ସଂଚାର ବ୍ୟୁରୋ: ନିଶା ବିରୋଧରେ ରାଉରକେଲାରେ ପୋଲିସର ବଡ ଚଢାଉ । ଗତକାଲି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ କରାଯାଉଛି । ରାଉରକେଲା ସହରର ବିଭିନ୍ନ ଜନ ଗହଳିପୁର୍ଣ୍ଣ ରାସ୍ତା ଓ ସର୍ଵ ସାଧାରଣଙ୍କ ଯାତାୟାତ ସ୍ଥାନରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ୧୨ ଜଣ ମଦ୍ୟପଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ରାଉରକେଲା ସହରରେ ଦିନକୁ ଦିନ ମଦ୍ୟପଙ୍କ ଉପଦ୍ରବ ବଢିବାରେ ଲାଗିଛି । ଏନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପୋଲିସର ସ୍ବତନ୍ତ୍ର ଟିମ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି।