ସଂଚାର ବ୍ୟୁରୋ: ଫୁଟବଲ୍ର ଦିଗଜ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ୟୁଟ୍ୟୁବ୍ ଦୁନିଆରେ ଏଣ୍ଟ୍ରି କରିଛନ୍ତି। ସେ ୟୁଟ୍ୟୁବରେ ୟୁଆର୍ କ୍ରିଷ୍ଟିଆନୋ ନାମରେ ନିଜର ଚ୍ୟାନେଲ ତିଆରି କରିଛନ୍ତି। ଯାହା ଇଣ୍ଟରନେଟରେ ଧମାଲ ମଚାଇଛି। ରୋନାଲ୍ଡୋ ୟୁଟ୍ୟୁବକୁ ଆସିବା ମାତ୍ରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧ ଘଣ୍ଟା ମଧ୍ୟରେ ତାଙ୍କ ଚ୍ୟାନେଲରେ ୧ ମିଲିୟନରୁ ଅଧିକ ସବ୍ସକ୍ରାଇବର ହୋଇଥିଲେ ।
ଏହି ରେକର୍ଡ କରି ରୋନାଲଡୋ ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲରେ ୧ କୋଟି ୩୧ ଲକ୍ଷ ସବ୍ସକ୍ରାଇବର୍ ଅଛନ୍ତି। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୧୯ ଟି ଭିଡିଓ ଅପଲୋଡ୍ କରିଛନ୍ତି। ସମସ୍ତ ଭିଡିଓଗୁଡିକ ୧ ମିଲିୟନ୍ ଭ୍ୟୁଜ୍ ଅତିକ୍ରମ କରିଛି । ଏଥିରୁ ଅନ୍ଦାଜ ଲଗାଇ ପାରୁଥିବେ ଯେ ତାଙ୍କର ଫ୍ୟାନ୍ସ କ୍ରେଜ୍ କେତେ ଅଧିକ।
ରିପୋର୍ଟ ଅନୁଯାୟୀ, ରୋନାଲଡୋଙ୍କୁ ୧୦ ମିଲିୟନ୍ ପୂରଣ କରିବାକୁ ଯେତିକି ସମୟ ଲାଗିଥିଲା ତାହାକୁ ପୁରା କରିବାକୁ ମିଷ୍ଟର ବିଷ୍ଟଙ୍କୁ ୧୩୨ ଦିନ ଲାଗିଥିଲା। ମିଷ୍ଟର ବିଷ୍ଟଙ୍କର ବର୍ତ୍ତମାନ ୟୁଟ୍ୟୁବରେ ସର୍ବାଧିକ ସବ୍ସକ୍ରାଇବର୍ ଅଛନ୍ତି । ତାଙ୍କ ଚ୍ୟାନେଲରେ ବର୍ତ୍ତମାନ ୩୧୧ ମିଲିୟନ୍ ସବ୍ସକ୍ରାଇବର୍ ଅଛନ୍ତି।