ସଂଚାର ବ୍ୟୁରୋ: ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି। ଜେଇଙ୍କୁ ବାନ୍ଧି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟି ନେଲେ 35 ଭରିରୁ ଆଧିକ ସୁନା ଅଳଙ୍କାର ଓ ନଗଦ ୧୦ ହଜାର ଟଙ୍କା। ଅଭିଯୋଗ ପରେ ବନ୍ଧମୁଣ୍ଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘର ବାଉଣ୍ଡରୀ ଭାଙ୍ଗି ଓ ଝରକା ଲୁହାକୁ କଟରରେ କାଟି ସୁନା ଅଳଙ୍କାର ଓ ନଗଦ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଡକାୟତି କରିବା ସମୟରେ ସିସିଟିଭିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣାପଡିଛି।