୩ ଦିନ ପରେ ମହିଳା ଆରଆଇଙ୍କର ବୟାନ ରେକର୍ଡ କରିଛି ପିପିଲି ପୋଲିସ। ମହିଳା ଆରଆଇଙ୍କ ବୟାନ ରେକର୍ଡ କରିଛି ପିପିଲି ପୋଲିସ । ବୟାନ ରେକର୍ଡ ସମୟରେ ପିପିଲି ତହସିଲଦାର ମଧ୍ୟ ଥାନାରେ ଉପସ୍ଥିତ ଥିଲେ । ପିପିଲିରେ ଆଜି ଘଟଣାର ତଦନ୍ତ କରିବେ ପୁରୀ ଏଡିଏମ । ସେପଟେ ଅଭିଯୁକ୍ତ ଅତିରିକ୍ତ ତହସିଲଦାରଙ୍କୁ ପିପିଲିରୁ ବ୍ରହ୍ମଗିରି ବଦଳୀ କରାଯାଇଥିବା ଜଣାପଡ଼ିଛି । ସେପଟେ ପିପିଲି ମହିଳା ଆରଆଇଙ୍କୁ ଅତିରିକ୍ତ ତହସିଲଦାର ଅସଦାଚରଣ ଅଭିଯୋଗ ଘଟଣାର ଏକ୍ସକ୍ଲୁସିଭ ସିସିଟିଭି ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଭିଜୁଆଲରେ ଦେଖା ଯାଉଛି ଯେ, ଅତିରିକ୍ତ ତହସିଲଦାର ମହିଳା ଆରଆଇଙ୍କର ହାତକୁ ଭିଡି ଧରି ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି । ମହିଳା ଆରଆଇ ଜଣକ ଅଭିଯୋଗ କରିଥିଲେ ଯେ, ଅତିରିକ୍ତ ତହସିଲଦାର ଅସଦାଚରଣ କରିଥିଲେ। ଗତ ଶନିବାର ଏହି ଘଟଣା ଘଟିଥିଲା । ଏହାକୁ ନେଇ ମହିଳା RI ପିପିଲି ଥାନାର ଦ୍ୱାରସ୍ଥ ହୋଇଥିଲେ । ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ମଧ୍ୟ ରୁଜୁ କରି ତଦନ୍ତ କରୁଛି।