ସଂଚାର ବ୍ୟୁରୋ : ସମ୍ବଲପୁର ରେଢ଼ାଖୋଲରେ ଆତଙ୍କ ଖେଳାଇଲାଣି ମ୍ୟାଲେରିଆ । ବଢ଼ିବାରେ ଲାଗିଛି ରୋଗୀଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା କେବଳ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୯୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିଲେ ମଶାରୀ ବ୍ୟବହାରକୁ ଗୁରୁତ୍ବ ଦିଆଯାଥିଲା। ମଶା ବଂଶ ବୃଦ୍ଧି ରୋକିବାକୁ ପାଣି ଜମୁଥିବା ସ୍ଥାନରେ ଡିଡିଟି ଓ ବ୍ଲିଚିଂ ପାଇଡର ସିଞ୍ଚନ କରାଯାଉଥିଲା। ଏ ବର୍ଷ ଏହା କରାଯାଉ ନଥିବାରୁ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟ ବଢୁଥିବା ଅଭିଯୋଗ ହୋଇଛି।