Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ରିଜର୍ଭ ବ୍ୟାଙ୍କର ଋଣପ୍ରଦାନ ନୀତିକୁ ମାନୁନାହାନ୍ତି ବ୍ୟାଙ୍କ

Sanchar Live by Sanchar Live
February 3, 2025
in ଭାରତ
0
0
SHARES
10
VIEWS
FacebookTwitter

ରିଜର୍ଭ ବ୍ୟାଙ୍କର ଋଣପ୍ରଦାନ ନୀତିକୁ ମାନୁନାହାନ୍ତି ବ୍ୟାଙ୍କ।ଏମଏସଏମଇ ପାଇଁ ଗରିବଙ୍କୁ ହତାଦର । ନ୍ୟାୟ ଦାବିରେ କଳିଙ୍ଗ ସେନାର ବିକ୍ଷୋଭ। ଭୁବନେଶ୍ଵର ରେଳଷ୍ଟେସନରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରି ପିଏମଜି ଛକରେ ପହଞ୍ଚିଥିଲା । କ୍ଷୁଦ୍ର ବ୍ୟବସାୟୀ, ନୂତନ ଉଦ୍ୟୋଗୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ଋଣ ନ ଦେବା ପ୍ରତିବାଦରେ ସେନାର ଶତାଧିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନରେ ବ୍ୟାପକ ମନମାନିର ତୀବ୍ର ସମାଲୋଚନା କରିଥିଲେ । କୃଷି ପରେ ଏମଏସଏମଇ ହେଉଛି ଦ୍ଵିତୀୟ ବୃହତ୍ତମ କର୍ମନିଯୁକ୍ତି କ୍ଷେତ୍ର । ଆତ୍ମନିର୍ଭରଶୀଳତା ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଛି । ଏସବୁ ଉଦ୍ୟୋଗ ପାଇଁ ବ୍ୟାଙ୍କମାନେ ବିନା ବନ୍ଧକରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟ ଗାଇଡଲାଇନ୍ ରହିଛି । ମାତ୍ର ଦୁର୍ଭାଗ୍ୟର କଥା ହେଉଛି, ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କର ଗାଇଡଲାଇନକୁ ମାନୁନାହାନ୍ତି । ବିନା ବନ୍ଧକରେ ଋଣ ଦେବାକୁ ବ୍ୟାଙ୍କ ସିଧା ସିଧା ମନା କରିଦେଉଛନ୍ତି । ଖାଲି ସେତିକି ନୁହେଁ, ୩ ବର୍ଷର ଆଇଟି ରିଟର୍ଣ୍ଣ କାଗଜପତ୍ର ମଧ୍ୟ ମଗାଯାଉଛି । ଏଥିରେ କ୍ଷୋଭ ପ୍ରକାଶ କରି ସେନା ପଚାରିଛି, ବାପାଙ୍କ ଋଣ ଟଙ୍କାରେ ପାଠ ପଢ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେଇଥିବା ଶିକ୍ଷିତ ଗରିବ ଯୁବକଟି ବ୍ୟାଙ୍କ ରଣ ପାଇବା ପାଇଁ ବନ୍ଧକ କେଉଁଠୁ ଯୋଗାଡ଼ କରିବ ? ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ମନସ୍ଥ କରିଥିବା ଗରିବ ଯୁବକଙ୍କ ପାଖରେ ୩ ବର୍ଷର ଆଇଟି ରିଟର୍ଣ୍ଣ କାଗଜପତ୍ର କେଉଁଠୁ ଆସିବ ? ବ୍ୟାଙ୍କମାନେ ଏ ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି ? ସରକାରଙ୍କ ଏମଏସଏମଇ ଯୋଜନା ତାହେଲେ କାହା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ କରିଥିଲେ କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ । ବଡ଼ ବଡ଼ ପୁଞ୍ଜିପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଉଥିବା ବେଳେ ଓଡ଼ିଶାର ଗରିବ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନୂତନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ବ୍ୟାଙ୍କମାନେ ପ୍ରୋତ୍ସାହନ ଦେଉନାହାଁନ୍ତି କି ସହଯୋଗ କରୁନାହାନ୍ତି । ଯାହା କି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏ ଦିଗରେ ରାଜ୍ୟ ସରକାରଙ୍କ ଉଦାସୀନତା ଆହୁରି ଦୁଃଖଦାୟକ । ଋଣ ପ୍ରଦାନରେ ବ୍ୟାଙ୍କମାନଙ୍କର ମନମାନି ଏବଂ ବାଛ ବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ହେମନ୍ତ ଚେତାବନୀ ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବବୋଲି ସେ ଚେତାବନୀ ଦେଇଛନ୍ତି ।

Tags: bankindiaRBI
ShareTweetShareSend
Sanchar Live

Sanchar Live

Next Post
ରେଳ ବଜେଟରେ ଓଡିଶାକୁ ମିଳିଛି ୧୦,୫୯୯ କୋଟି

ରେଳ ବଜେଟରେ ଓଡିଶାକୁ ମିଳିଛି ୧୦,୫୯୯ କୋଟି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.