ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ଥାନା ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତାରେ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଗୁଣୁପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସ୍ୱାମୀ ଚୈତନ୍ୟ ଶବର ଓ ସ୍ତ୍ରୀ ମମିତା ଶବର ।
ସୂଚନା ଅନୁସାରେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ସ୍ୱାମୀ ଚୈତନ୍ୟ ଶବର ଓ ସ୍ତ୍ରୀ ମମିତା ଶବଙ୍କ ମୃତ୍ୟୁ ହୋଇଥିଲା । ଟ୍ରାକ୍ଟରଟି ଇଟା ବୋଝେଇ କରି ଗୁଲୁମୁଣ୍ଡା ପାକା ନିକଟ ଫ୍ୟାକ୍ଟ୍ରିରୁ ଇଟା ବୋଝେଇ କରି ଗୁଣପୁର ଅଭିମୁଖ ଆସୁଥିଲା । ଟ୍ରାକ୍ଟରରେ ଡ୍ରାଇଭର ସହ ୬ ଜଣ ଥିଲେ । ୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। 3 ଗୁରୁତର ମଧ୍ଯରୁ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଶ୍ରମିକ ଓମ୍ପ୍ରରା ଗାଁର ବୋଲି ଜଣା ପଡିଛି । ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ।