ସଂଚାର ବ୍ୟୁରୋ: ବେଆଇନ କ୍ଲିନିକ ଉପରେ ସ୍ଵାସ୍ଥ୍ୟ ବିଭାଗର ଚଢାଉ। ରାୟଗଡା ଗୁଣପୁର କପିଳପୁର ଠାରେ ଥିବା ଏକ ମାଟର୍ନିଟି ହୋମ ଓ ରିସର୍ଚ ସେଣ୍ଟର ଉପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚଢାଉ। କ୍ଲିନିକ୍ ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତିରେ ଚଢାଉ ଜାରି ରହିଛି। ବିଭିନ୍ନ ଗୁରୁତ୍ବପୁଣ୍ଣ କାଗଜପତ୍ର ଯାଞ୍ଚ କରିଛି ସ୍ଵାସ୍ଥ୍ୟ ବିଭାଗର ଟିମ। ଚଢାଉ ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରି ବି. ସରୋଜିନୀ ଦେବି, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁଙ୍କ ସହ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ପଦ୍ମପୁର୍ ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ଚାଲିଛି ଚଢାଉ। ଗୁଣପୁର ଅଗ୍ନିଶମବାହିନୀ ଅଧିକାରୀଙ୍କ ସମେତ ଗୁଣପୁର ଏସଡିପିଓ ଉପସ୍ଥିତ ଅଛନ୍ତି। ଗୁଣୁପୁର ଉପଖଣ୍ଡସ୍ତରୀୟ ମେଡିକାଲର ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କ ରହିଛି ଏହି କ୍ଲିନିକ୍।

