ସଂଚାର ବ୍ୟୁରୋ: ରାୟଗଡ଼ାରେ ଦମ୍ପତିଙ୍କୁ ହାଣି ଲୁଟ। ମାରଣାସ୍ତ୍ରରେ ଆକ୍ରମଣ କରି ୧୪ ଭରିରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ। କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ଘଟିଛି ଏଭଳି ଘଟଣା। ଗାଁର ଗୋପାଳଚେଟି ଉପେନ୍ଦ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ୧୦ ଜଣ ଯୁବକ ଏକ ବୋଲେରୋରେ ଆସି ଘରେ ପଶି ଆକ୍ରମଣ ସହ ଲୁଟ ପାଟ କରି ଫେରାର ହୋଇଯାଇଛନ୍ତି । ତାଙ୍କ ସ୍ତ୍ରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନବିନ ଚଳାଇଛି।