ସଂଚାର ବ୍ୟୁରୋ: ବନ୍ଧା ହେଲା ରସିକିଆ ଧୂର୍ତ୍ତ। ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କୁ କରୁଥିଲା। ଶୋଷଣ। ଧୂର୍ତ୍ତ ବିରଞ୍ଚି ନାରାୟଣ ନାଥକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ବିରଞ୍ଚିର ଘର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ। ମେଟ୍ରିମୋନିଆଲ ସାଇଟରେ ଦ୍ୱିତୀୟ ବିବାହ କରିବାକୁ ଛାଡିଥିଲା ଫଟୋ। ନିଜକୁ ରେଳବାଇ, ଆୟକର ଅଧିକାରୀ ପରିଚୟ ଦେଉଥିଲା। ଅବିବାହିତ ବିଧବା ଓ ଛାଡପତ୍ର ହୋଇଥିବା ମହିଳାଙ୍କୁ କରୁଥିଲା ଟାର୍ଗେଟ। ବିବାହ ପ୍ରସ୍ତାବ ଦେଇ ପହଞ୍ଚୁଥିଲା ମହିଳାଙ୍କ ଘରେ। କରୁଥିଲା ମନ୍ଦିରରେ ବିବାହ। ହେଲେ ନେଉନଥିଲା ଘରକୁ। ମିଛ ବିବାହ କରି ଲୁଟୁଥିଲା ମହିଳାଙ୍କ ସର୍ବସ୍ୱ। ଅନ୍ତରଙ୍ଗ ମୁହୁର୍ତର ଫଟୋ ଭିଡ଼ିଓ ଉତ୍ତୋଳନ କରି କରୁଥିଲା ବ୍ଲାକ ମେଲ୍। ଡିମାଣ୍ଡ କରୁଥିଲା ଲକ୍ଷ ଲକ୍ଷ ଟଙ୍କା ଓ ସୁନା। ନଦେଲେ ସୋସିଆଲ ମିଡିଆରେ ଫଟୋ ଭିଡିଓ ଭାଇରାଲ କରିବାର ଦେଉଥିଲା ଧମକ। ୨୦୧୮ରେ ଜଣେ ଯୁବତୀଙ୍କୁ ଚାକିରି ଦେବାକୁ କହି ଠକିଥିଲା ଲକ୍ଷାଧିକ ଟଙ୍କା । ଯୁବତୀଙ୍କ ମାମଲା ଆଧାରରେ ଗିରଫ ହୋଇଥିଲା ଠକ ବିରଞ୍ଚି। ସେତେବେଳେ ନିଜକୁ ଏସଡିଜେଏମ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା। ଜେଲ ଫେରିବା ପରେ ନିଜ ଠକେଇ ତରିକା ବଦଳାଇ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ସର୍ବସ୍ବ ଲୁଟି ନେଉଥିଲା ବିରଞ୍ଚି । ଆଜି କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ବରିଞ୍ଚି ନାଁ ରେ ଥିବା ଅଭିଯୋଗର ତାଲିକା ବଢିବ ବୋଲି କହିଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ବିରଞ୍ଚି ଠକେଇ ର ଶିକାର ହୋଇଛନ୍ତି କ୍ରାଇମବ୍ରାଞ୍ଚ କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ ।