ଅପରେସନ ସିନ୍ଦୂର ପରେ INS ବିକ୍ରାନ୍ତ ପରିଦର୍ଶନ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଗୋଆରେ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କଲେ । ଅପରେସନ ସିନ୍ଦୂରର ସଫଳତା ପରେ ଏହି ଗସ୍ତ କରିଛନ୍ତି । MIG 29K ଭଳି ଲଢୁଆ ବିମାନରେ ସଜ୍ଜିତ INS ବିକ୍ରାନ୍ତ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ପ୍ରତିରକ୍ଷା ମନ୍ତ୍ରୀ ନୌସେନା ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ଉତ୍ସାହିତ କରିବା ସହ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଆଲୋଚନା କରିଛନ୍ତି । ଭାରତୀୟ ନୌସେନାର ଏହି ପରାକ୍ରମୀ ସବମରିନ ଅପରେସନ ସିନ୍ଦୂର ସମୟରେ ଆରବ ସାଗରରେ ମୁତୟନ ହୋଇଥିଲା । ଉତ୍ତର ଆରବ ସାଗରରେ କ୍ୟାରିଅର ବ୍ୟାଟେଲ ଗ୍ରୁପ ସହ ନିୟୋଜିତ ହୋଇଥିଲା । ଯାହାର ନେତୃତ୍ବ ନେଇଥିଲା INS ବିକ୍ରାନ୍ତ। ଯେଉଁଥିରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ରହିଥିଲା । ଏହା ଦ୍ବାରା ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇଥିଲା ଭାରତୀୟ ନୌସେନା ।
ଯଦି ପାକିସ୍ତାନ କିଛି ମୂର୍ଖାମୀ କରେ ତେବେ INS ବିକ୍ରାନ୍ତ ଏହାର ଯୁଦ୍ଧପୋତ ସହ ଗ୍ରାଉଣ୍ଡକୁ ମଧ୍ୟ ଟାର୍ଗେଟ କରିବ। ଯାହାଦ୍ବାରା ଯୁଦ୍ଧବିରତୀ କରିବାକୁ ନିବେଦନ କରିଥିଲା ପାକିସ୍ତାନ ।
INS ବିକ୍ରାନ୍ତ ଭାରତୀୟ ସେନାର ପ୍ରଥମ ସ୍ବଦେଶୀ ବିମାନବାହକ ଯୁଦ୍ଧପୋତ । ଏହାର ନିର୍ମାଣ କୋଚିରେ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ, ୨୦ ହଜାର କୋଟି ଟଙ୍କା । ଏଥିରେ ୭୫% ସ୍ବଦେଶୀ ସାମଗ୍ରୀ ଉପଯୋଗ ହୋଇଛି । ଏହାକୁ ସମୁଦ୍ରର ରାଜା ବୋଲି କୁହାଯାଉଛି । ଏହାର ଡେକରେ ମିଗ-୨୯ କେ ଫାଇଟର ଜେଟସ, କାମୋବ ହେଲିକପ୍ଟର ଏବଂ ସ୍ବଦେଶୀ ଲଢୁଆ ବିମାନ ରହିପାରେ ।

