କାଳବୈଶାଖୀ ପ୍ରଭାବରେ ଟ୍ଵିନ୍ ସିଟିରେ ବାଦଲ ଫଟା ବର୍ଷା। ଲଗାଣ ବର୍ଷାରେ ବେହାଲ ହୋଇଗଲା ଟ୍ଵିନ୍ ସିଟି । ତଳିଆ ଅଞ୍ଚଳରେ ପଶିଲା ନର୍ଦ୍ଦମା ପାଣି। ଜଳମଗ୍ନ ହୋଇଯାଇଛି ସହରର ଅନେକ ଅଂଚଳରେ। ବିଜୁଳି, ଘଡଘଡି ସହ ଜାରି ରହିଛି ବର୍ଷା।
ମଙ୍ଗଳବାର ଓ ବୁଧବାର ରାଜ୍ୟର କିଛି ସ୍ଥାନରେ ଭାରୀ ବର୍ଷା ଜାରି ରହିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏହି ପୂର୍ବାନୁମାନ କରିଛି। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ତେବେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।