ଚାଇନାରୁ ପାରାଦୀପ ଆସୁଛି ନକଲି ଗାଡ଼ି ପାର୍ଟ୍ସ । ପାରାଦୀପ ଦୋଛକିରେ ଥିବା ଜେକେ ଇଞ୍ଜିନିୟରିଂରେ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଜେସିବି ଯନ୍ତ୍ରାଂସ ଜବତ କରାଯାଇଛି । CAT କମ୍ପାନୀର ଡୁପ୍ଲିକେଟ ଜେସିପି ପାର୍ଟ୍ସ ଚାଇନାରୁ ଆସୁଛି । ଜେକେ ଇଞ୍ଜିନିୟରିଂ ନାମକ ସୋରୁମ୍ ରେ ଏଗୁଡିକ ଷ୍ଟକ୍ ରଖାଯାଇ ବିକ୍ରୟ କରାଯାଉଥିଲା । ଦିଲ୍ଲୀରେ ଥିବା CAT କମ୍ପାନୀର ଫିଲ୍ଡ ଅଫିସର ଏ ସମ୍ପର୍କରେ ଖବର ପାଇବା ପରେ କଲିକତା ଓ ଦିଲ୍ଲୀର ଦୁଇଟି ଡିଷ୍ଟିବୁଟର ଉପରେ ଚଢାଉ କରିଥିଲେ । ୩ ଟି ଡିଷ୍ଟିବୁଟର ମିଶି ଚାଇନାରୁ ଡୁପ୍ଲିକେଟ ପାର୍ଟ୍ସ ମଗାଇ ବିକ୍ରି କରୁଥିବା ଜଣାପଡିଥିଲା । CAT କମ୍ପାନୀର ଅରଜିନାଲ ପାର୍ଟ୍ସ ୮ ରୁ ୧୦ ହଜାର ପଡୁଥିବା ବେଳେ ଚାଇନାରୁ ଆସୁଥିବା ପାର୍ଟ୍ସ ମାତ୍ର ୭ ଶହରୁ ୧ ହଜାର ଭିତରେ ପଡୁଛି । ପାରାଦୀପ ଅତିରିକ୍ତ ଏସପି ଙ୍କ ନେତୃତ୍ବରେ ଲକ୍ ଥାନା ଓ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଚଢ଼ାଉ ଜାରି ରହିଛି । ସେଠାରୁ ଡୁପ୍ଲିକେଟ ପାର୍ଟ୍ସ ଜବତ କରାଯିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାରାଦୀପ ଅତିରିକ୍ତ କହିଛନ୍ତି ।