ସଂଚାର ବ୍ୟୁରୋ: ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଘୋଡା ଦଉଡ ପେଣ୍ଠ ନିକଟରେ ଚଢ଼ାଉ କରିଛି ଟାଙ୍ଗୀ ପୋଲିସ। ଗୋଟିଏ JCB, ୪ଟି ଟ୍ରାକ୍ଟର, ଦୁଇଟି ଟ୍ରକ ଓ ଗୋଟିଏ ବାଇକ ଜବତ କରିଛି ପୋଲିସ। ଚୋରା କାରବାର ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଗତକାଲି ଟାଙ୍ଗୀ ଥାନା ପୋଲିସ ରାତି ଅଧିଆ ଚଢ଼ାଉ କରିଥିଲା। ପୋଲିସ ଚଢ଼ାଉ ଦେଖି କେତେକ ମାଫିଆ ଛତ୍ରଭଙ୍ଗ ଦେଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ ଧରିଥିଲା ପୋଲିସ। ଅନ୍ଧାରର ସୁଯୋଗ ନେଇ କେତେକ ମାଫିଆ ଖସି ପଳାଇଥିଲେ। ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।