ସଂଚାର ବ୍ୟୁରୋ: ସୁନ୍ଦରଗଡ଼ ବଣାଇ ଅଂଚଳରେ ମାଙ୍ଗାନିଜ ଖଣି ଚୋରି ଅଭିଯୋଗର ଖୋଳତାଡ଼। ମାଙ୍ଗାନିଜ୍ ଚୋରି ପାଇଁ ଗଠିତ ସ୍ପେଶାଲ ଏନଫୋର୍ସମେଣ୍ଟ ସ୍କ୍ଵାଡ୍ କୋଇଡା ଖଣି ଅଞ୍ଚଳରେ ଆସି ଖୋଳତାଡ଼ ଆରମ୍ଭ କରିଛି। ଲୁହାପଥର ଚୋରାଚାଲାଣର ତଦନ୍ତ କରୁଛି ଟିମ୍। ସାଥିରେ ଅଛନ୍ତି କୋଇଡ଼ା ଖଣି ଉପନିର୍ଦ୍ଦେଶକ lକୋଇଡାର ଗଣୁଆଁ, ପାଟମୁଣ୍ଡା ଅଞ୍ଚଳରେ ଟିମ ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ବାରମ୍ବାର ମାଙ୍ଗାନିଜ ଚୋରି ନେଇ ଅଭିଯୋଗ ହୋଇ ଆସୁଥିଲା।ଖଣି ଖାଦାନପୂର୍ଣ୍ଣ ବଣାଇଁ ଅଞ୍ଚଳ ଖଣି ଚୋରି ଏକ ପ୍ରମୂଖ ପ୍ରସଙ୍ଗ ପାଲଟିଥିବାବେଳେ ସଚ୍ଚୋଟ ପଣିଆ ଦେଖାଇବାକୁ କେତେବେଳେ ଖଣି ବିଭାଗତ ଆଉ କେତେବେଳେ ବନବିଭାଗ କାଁ ଭାଁ ମାମଲା ରୁଜୁ କରି କିଛି ଗାଡିକୁ ଜବତ କରି ଛାଡି ଦେଉଥିଲେ। ଗାଡି ଜବତ କରିବା ପରେ ପୁଣି ବେଧଡ଼କ ଖଣି ଚୋରି ଏକ ସାଧାରଣ ପ୍ରକ୍ରିୟାl ପ୍ରାୟ ବର୍ଷେ ଭିତରେ କୋଇଡ଼ା ଖଣି ଅଂଚଳରେ ଲଗାତାର ଖଣିଜ ଚୋରି ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଉପବାଚସ୍ପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।ଏହାପରେ ତଦନ୍ତ ଲାଗି ଗଠିତ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଆଜି ଚଢାଉ କରିଛି। ଆଗରୁ ମାଙ୍ଗାନିଜ ଚୋରି ପାଇଁ ମାଫିଆଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗ୍ୟାଙ୍ଗ ୱାର ଓ ହତ୍ୟା ଭଳି ଘଟଣାକୁ ପୋଲିସ ସ୍ୱୀକାର କରୁଥିଲେ ମଧ୍ୟ ବିଭିନ୍ନ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ବସିଥିବା ଅଭିଯୋଗ ହୋଇଆସିଛି।…