ମହାରାଷ୍ଟ୍ର ନିର୍ବାଚନୀ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଏନସିପି-ଏସସିପି ସାଂସଦ ସୁପ୍ରିୟା ସୁଲେ, ରାହୁଲ ଗାନ୍ଧୀଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ ।
ରାହୁଲ ଗାନ୍ଧୀ କହିଛନ୍ତି, “ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିଥିବା ସମଗ୍ର ବିରୋଧୀଙ୍କ ପ୍ରତିନିଧିତ୍ୱ କରୁଛୁ । ମହାରାଷ୍ଟ୍ରରେ ଆମେ ଭୋଟର ଏବଂ ଭୋଟର ତାଲିକା ଅଧ୍ୟୟନ କରିଛୁ । ଆମର ଦଳଗୁଡ଼ିକ କାମ କରୁଛନ୍ତି ଏବଂ ଆମେ ଅନେକ ଅନିୟମିତତା ପାଇଛୁ । ବିଶେଷକରି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଏବଂ ଭରସା କରୁଥିବା ଯୁବପିଢ଼ି ପାଇଁ, ଏହି ତଥ୍ୟଗୁଡ଼ିକ ବିଷୟରେ ସଚେତନ ହେବା ଏବଂ ସେଗୁଡ଼ିକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ।”
ସେ ଆହୁରି କହିଛନ୍ତି, “୨୦୧୯-୨୦୨୪ରେ ୩୨ ଲକ୍ଷ ଭୋଟର ଯୋଡ଼ି ହୋଇଥିଲେ । ୨୦୨୪ ଲୋକସଭା ଏବଂ ୨୦୨୪ ବିଧାନସଭା ନିର୍ବାଚନରେ ୩୯ ଲକ୍ଷ ଭୋଟର ଯୋଡ଼ି ହେଲେ । କିନ୍ତୁ ମହାରାଷ୍ଟ୍ରର ଭୋଟର ମହାରାଷ୍ଟ୍ରର ପ୍ରାପ୍ତବୟସ୍କ ଜନସଂଖ୍ୟାଠାରୁ ଅଧିକ । ଆମେ କେବଳ ଲୋକସଭାରେ ମହାରାଷ୍ଟ୍ରର ଭୋଟର ତାଲିକା ଏବଂ ବିଧାନସଭା ନିର୍ବାଚନରେ ଭୋଟର ତାଲିକା ସର୍ବସାଧରଣ କରିବାକୁ ଦାବି କରୁଛୁ ।” ଅତିରିକ୍ତ ଭୋଟରମାନେ କେଉଁଠାରୁ ଆସିଛନ୍ତି? ପାଞ୍ଚ ବର୍ଷରେ ଯେତିକି ଭୋଟର ଯୋଡା ଯାଇଥିଲା, ୫ ମାସରେ ତା’ଠାରୁ ଅଧିକ ଭୋଟର ଯୋଡା ହୋଇଛି ।