ସଂଚାର ବ୍ୟୁରୋ: ଆସନ୍ତା କାଲି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ନୀଳାଦ୍ରି ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବ ଏହି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ଗତ ଆଡପ ପହଣ୍ଡି ବିଜେ ସମୟରେ ଚାରମାଳ ଉପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାର ତଦନ୍ତ ଶେଷ ହୋଇଛି । ତେବେ କିଭଳି ଏହି ଅଘଟଣ ଘଟିଲା ସେନେଇ ତଦନ୍ତ ରିପୋର୍ଟ ସମ୍ପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ସେହିପରି ଗତ ଜୁନ୍ ୧୯, ୨୫ ଓ ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ନେଇ ଆଲୋଚନା କରାଯିବ । ଏଥିସହ ୨୦୨୩-୨୪ ବର୍ଷର ସଂଶୋଧିତ ଅଟକଳ ଓ ୨୦୨୪-୨୫ ବର୍ଷର ବଜେଟ ମଧ୍ୟ ଏହି ବୈଠକରେ ଅନୁମୋଦିନ ହେବ l ସେପଟେ ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ଶ୍ରୀମନ୍ଦିର ଫାଇନାନ୍ସ ସବକମିଟି ବୈଠକ ଅନୁଷ୍ଠିତ ହେବାପରେ ଶୁକ୍ରବାର ଦିନ 2024-25 ବର୍ଷ ପାଇଁ ଆର୍ଥିକ ବଜେଟ୍ ଆଗତ ହେବ। ସେପଟେ ଗତ ପରିଚାଳନା କମିଟି ବୈଠକରେ 2023-24 ଆର୍ଥିକ ବର୍ଷ ପାଇଁ ମୋଟ 271କୋଟି7ଲକ୍ଷ ଟଙ୍କାର ବଜେଟ୍ ପାରିତ ହୋଇଛି। 261 କୋଟି 16 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ରହିଥିଲା। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟବୃଦ୍ଧି ସହ ରାଜ୍ୟରେ ଥିବା 200ରୁ ଅଧିକ ପଥରଖଣି,ଅନଲାଇନ ବ୍ୟବସ୍ଥାରେ ଫୋନ୍ ପେ ଓ ପେଟିଏମ୍ ସହ ଅନୁବନ୍ଧିତ କରାଯାଇ କ୍ୟୁଆର କୋର୍ଡ ସ୍କାନର ବ୍ଯବସ୍ଥା କରାଯିବ ବୋଲି ଗତ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲା। 2023-24 ଆଗତ ହୋଇଥିବା ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ 5 କୋଟି ଟଙ୍କାର ସ୍ୱାସ୍ଥ୍ୟବୀମା,ସେବକ ଆବାସ ଯୋଜନାରେ 3.50କୋଟି,,ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ 5 କୋଟି,କର୍ପସ ଫଣ୍ଡରେ 50 କୋଟି ଟଙ୍କା ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବିଭିନ୍ନ ଜିଲ୍ଲାରେ ଥିବା ଖଣିରୁ 30କୋଟି,ହୁଣ୍ଡି ଓ ଡୋନେସନ୍ ବାବଦରେ 36 କୋଟି,କର୍ପସ ଫଣ୍ଡ ସୁଧରୁ 60କୋଟି ଟଙ୍କା ଓ ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରେ 50 କୋଟି ଟଙ୍କା ଆୟ କରାଯାଇଥିଲା। …..