ପୁରୀ ଶ୍ରୀଲୋକନାଥ ମନ୍ଦିର ପଙ୍କୋଦ୍ଧାର ଏକାଦଶୀରେ ଅଘଟଣ l ଦୀପ ନିଆଁ ଲାଗି ଜଣେ ମହିଳାଙ୍କ ପୋଡିଗଲା ଶାଢ଼ୀ ଓ ହାତl ଦୀପ ନିଆଁ ପାଖରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବା ନେଇ ଏଭଳି ଘଟଣା ଘଟିଛି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ l ଅନ୍ୟପଟେ ଲୋକନାଥ ମନ୍ଦିରରେ ପ୍ରଶାସନିକ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ। ଯାହାଫଳରେ ଖରାରେ ଡହଳ ବିକଳ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁl ଦୂର ଦୁରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ୨ରୁ ୩ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବାବେଳେ ସେମାନଙ୍କ ପାଇଁ ଟେଣ୍ଟ କିମ୍ବା ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ।ଯାହା ଫଳରେ ଅନେକ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତିl ଗଳା ବାଟ ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରିବାକୁ ଧାଡିରେ ହନ୍ତସନ୍ତ ହେଉଛନ୍ତି ଭକ୍ତ.