ସଂଚାର ବ୍ୟୁରୋ: ପୁଣି ପୁରୀରେ ଫୁଟିଲା ବୋମା । ବଳିଆପଣ୍ଡା ଥାନା ଅନ୍ତର୍ଗତ ଜନମଙ୍ଗଳ ଲେନରେ ୨ ଟି ବୋମାମାଡ ହୋଇଛି । ବୋମାମାଡରେ ବାପ ପୁଅ ଦୁଇଜଣ ଆହତ ହୋଇଛନ୍ତି । ଆହତଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ବୋମାମାଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।.