ସଂଚାର ବ୍ୟୁରୋ: ସମ୍ୱଲପୁର ଓ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ ବୋଲି ଶୂନ୍ଯ କାଳରେ ଦାବି ଦୋହରାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଓଡିଶା ଦିବସ ପାଳନର ସଂକଳ୍ପ କେବଳ ଦିବସରେ ସୀମିତ l ଭାଷା ଓ ଭୂଷଣକୁ ଛାଡ଼ି ବଞ୍ଚିହେବନି l ୧୧ ଟି ଜିଲ୍ଲାରେ ଦେଢ଼ କୋଟି ଲୋକଙ୍କ ମଧ୍ଯରୁ କିଏ ସମ୍ବଲପୁରୀ ଭାଷା କହେ ତ କିଏ କୋଶଳୀ ଭାଷା କହନ୍ତି l ତେଣୁ ସେ ଭାଷାକୁ ରାଜ୍ୟ ସରକାର ସ୍ବୀକୃତି ଦିଅନ୍ତୁ l ସମ୍ବଲପୁରୀ ଓ କୋଶଳୀ ଭାଷାରେ ରାମାୟଣ, ମହାଭାରତ, କବିତା, ଗପ ଲେଖା ସରିଛି l ସେ ଭାଷାରେ ସ୍ୱତନ୍ତ୍ର ଅଭିଧାନ ଅଛି l ତେଣୁ ସେହି ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ l ରଙ୍ଗବତୀ ଗୀତ ବି ଏହି ଭାଷାରେ ଲେଖା ଯାଇଛି l ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସମ୍ବଲପୁରର ଓ କୋଶଳୀ ଭାଷାକୁ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ପ୍ରସନ୍ନ ।