ସଂଚାର ବ୍ୟୁରୋ: ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ । ଆଜି କଣ୍ଟାବାଞ୍ଜି ଆରଏସି ପ୍ରାଙ୍ଗଣରେ ଆଳୁ ବିହନ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ, ବଲାଙ୍ଗିର ଏସପିଙ୍କ ସମେତ ଟିଟିଲାଗଡ଼ ଉପଜିଲ୍ଲପାଳ ଉପସ୍ଥିତ ଥିଲେ।
କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କରିଛନ୍ତି । ସରକାର ଆଳୁ ଚାଷ ପୂର୍ବରୁ ଆଳୁ ବିହନ ବଣ୍ଟନ କରିଛନ୍ତି ତେଣୁ ଆଳୁ ଅଭାବ ରହିବନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସମସ୍ତ ଜିଲ୍ଲାରେ ୧୪ ହଜାର ହେକ୍ଟର ଜମିରେ ଆଳୁଚାଷ କରାଯିବ। ଏକ ସପ୍ତାହ ମଧ୍ୟରେ ଆଳୁ ଚାଷ ଆରମ୍ଭ ହୋଇଯିବ ବୋଲି ଉଦ୍ୟାନ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।