ଆସନ୍ତା ୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜନଜାତି ଗୌରବ ଦିବସକୁ ଉଦ୍ ଘାଟନ କରିବେ ନରେନ୍ଦ୍ର ମୋଦି । ଏହି ଅବସରରେ ରାଉରକେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଆଦିବାସୀ ଗୌରବ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମ ୧୫ରୁ ଆରମ୍ଭ ହୋଇ ବର୍ଷବ୍ୟାପୀ ଚାଲିବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।