ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ସାନକଣ୍ଟି ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ମୃତ୍ଯୁ। କେନାଲ ବନ୍ଧ ଉପରୁ ମିଳିଛି ଯୁବକଙ୍କ ମୃତଦେହ। ଯୁବକ ଜଣଙ୍କ ହେଉଛନ୍ତି ନୀଳକଣ୍ଠ ପାଇକରାୟ । ତାଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି । ଯୁବକଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମାମଲାରେ ୩ ଜଣଙ୍କୁ ଅଟକି ରଖି ପିପିଲି ପୋଲିସ ପଚରା ଉଚାର କରୁଛି। ଅଟକଙ୍କ ମଧ୍ୟରେ ଜଣେ ମହିଳା ସହ ଦୁଇ ଜଣ ପୁରୁଷ ରହିଛନ୍ତି।

