ସଂଚାର ବ୍ୟୁରୋ: ନାବାଳିକାକୁ ଅସଦାଚରଣ କରି ଫେରାର ଯୁବକ ଗିରଫ। ବାରଙ୍ଗ ଥାନା ପୋଲିସ ୫ ବର୍ଷରୁ ଅଧିବ ସମୟ ଧରି ଫେରାର ଥିବା ଯୁବକକୁ ଗିରଫ କରି ବିଚାର ବିଭାଗୀୟ ଅଦାଲତକୁ ପଠାଇଛି। ସୂଚନା ଅନୁଯାୟୀ ବାରଙ୍ଗ ଥାନା ଫୁଲପୋଖରୀ ଗାଁର ବିକାଶ ବାରିକ ୨୦୧୯ ମସିହାରେ ଜଣେ ନାବାଳିକାକୁ ଅସଦାଚରଣ କରିଥିଲା। ଏନେଇ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ଥିଲା। ବାରଙ୍ଗ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବିକାଶକୁ ଗିରଫ କରିବାରେ ସଫଳ ହୋଇଛି।

