ସଂଚାର ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ନିକଟରେ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା। ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ । ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ପିପିଲି ସେଲଫି ପଏଣ୍ଟ ପୂର୍ବରୁ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ସାପ କାମୁଡ଼ାରେ ଅସୁସ୍ଥ ମୁନିନ୍ଦା ଗାଁର ଜଣେ ବ୍ୟକ୍ତିଙ୍କୁ ଡେଲାଙ୍ଗ ହସ୍ପିଟାଲରୁ ଭୁବନେଶ୍ୱର ନେବା ବେଳେ ଅଘଟଣ ଘଟିଛି।
ଖବର ପାଇ ପିପିଲି ପୋଲିସ୍ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ପଠା ଯାଇଛି । ତେବେ ଆମ୍ବୁଲାନ୍ସରେ ରୋଗୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

