ଭୁବନେଶ୍ୱର ବିମାନ ବନ୍ଦରରେ ପିଜାଲିନ ତରାଇଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ପେଞ୍ଚାକ୍ସ ସିଲଟ ଚମ୍ପିଅନସିପରେ ଭାରତରୁ ପିଜାଲିନ ତରାଇଙ୍କୁ ମିଳିଛି ବ୍ରୋଞ୍ଜ ମେଡାଲ। ଊଜବିକେସ୍ଥାନ ବୋଖରା ଠାରେ ଆୟୋଜିତ ହୋଇଥିଲା ଅଷ୍ଟମ ଏସିଆନ ପେଞ୍ଚାକ୍ସ ସିଲଟ ଚମ୍ପିୟାନସିପ। ଏଥିରେ ଏସିଆର ୨୨ଟି ଦେଶର ପ୍ରତିଯୋଗୀ ମାନେ ଭାଗ ନେଇଥିବାବେଳେ ଭାରତରୁ ପିଜାଲିନ ପ୍ରତିନିଧିତ୍ୱ କରିଥିଲେ। ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ବ୍ରୋଞ୍ଚ ପଦକ ଜିତି ସାରା ଭାରତ ବର୍ଷ ପାଇଁ ଗୌରବ ଆଣିଛନ୍ତି ପିଜାଲିନ।