ସଂଚାର ବ୍ୟୁରୋ: ଫୁଲବାଣୀ ବନ ବିଭାଗକୁ ବଡ ସଫଳତା । କଲରା ପତରିଆ ବାଘ ଛାଲ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଗୁଦାରୀ ଗାଁ ନିକଟରେ ୩ ଜଣ ବାଘ ଛାଲ ମାଫିଆ ଡିଲ୍ କରୁଥିବା ସମୟରେ ମାଡ଼ି ବସିଲା। ସେମାନଙ୍କ ନିକଟରୁ କଲରା ପତରିଆ ବାଘ ଛାଲ ସହ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, କୁଟୁରା ଶିଙ୍ଘ ଓ ବାରୁଦ ସହ ୨ ବାଇକ୍ ଜବତ ହୋଇଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ତିନି ଅଭିଯୁକ୍ତ ହେଲେ ,ସଞ୍ଜୟ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ପ୍ରଭାତ କହଁର । ସେମାନଙ୍କ ନାଁରେ ଅନ୍ୟ କେଉଁ ମାମଲା ରହିଛି , ସେନେଇ ଖୋଳତାଡ ଜାରି ରହିଛି। ବାଘ ଛାଲ ମାଫିଆ ଓ ଶିକାରୀ ମାନଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିବା କହିଛନ୍ତି ଫୁଲବାଣୀ ବନ ବିଭାଗ ଅଧିକାରୀ।