ପାରାଦୀପ ବନ୍ଦର ସିଆଇଏସଏଫ ଦ୍ଵାରା ୪ ଟି କ୍ରୋମାଇଟ ଗାଡ଼ି ଜବତ । ଗାଡ଼ିରେ ରହିଛି ମାଟି ମିଶା କ୍ରୋମାଇଟ । ସୁକିନ୍ଦା କାଳିଆପାଣି ମାଇନ୍ସରୁ ଆସିଥିଲା ୫ଟି ୬ ଚକିଆ ଟ୍ରକ୍ । ମାତ୍ର ଗାଡ଼ି ଉପରେ ମାଇନ୍ସ ବିଭାଗର ଏକ ସ୍ଵତନ୍ତର ଟିମ୍ ଗାଡ଼ି ଉପରେ ନଜର ରଖିଥିଲା । ୫ଟି ଯାକ ଗାଡ଼ି ଚଣ୍ଡିଖୋଲ ନିକଟରୁ ପାରାଦୀପ ଆସିବା ବଦଳରେ ଜାରକା ଯାଇଥିଲା । ଜାରକାରେ କ୍ରୋମାଇଟ କାଢ଼ି ମାଟି ମିଶା ଯାଇଥିବା ସୂଚନା । ଜାରକାର ମୂଳାପାଳ ଓଭର ବ୍ରିଜ ନିକଟରେ କଢ଼ା ଯାଇଥିଲା କ୍ରୋମାଇଟ । ପ୍ରତ୍ୟେକ ଗାଡିରୁ ୯ ଟନର କ୍ରୋମାଇଟ କାଢ଼ି ୯ ଟନର ମାଟି ମିଶା ଯାଇଥିବା ବେଳେ ଉପରେ ୨ ଟନର କ୍ରୋମାଇଟ ରଖାଯାଇଥିଲା । ୫ଟି ଟ୍ରକ ମଧ୍ୟରୁ ୪ଟି ଗାଡ଼ିକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି ବନ୍ଦର ସିଆଇଏସଏଫ । ଗୋଟିଏ ଟ୍ରକ ଫେରାର୍ ହୋଇଯାଇଥିଲା । ୪ ଟ୍ରକ ଜବତ ପରେ ଗାଡିର ଡ୍ରାଇଭର ମାନେ ଫେରାର ହୋଇଯାଇଛନ୍ତି । ମାଇନ୍ସ ବିଭାଗ ବନ୍ଦର ସିଆଇଏସଏଫକୁ ୫ଟି ଯାକ ଗାଡ଼ିର ନମ୍ୱର ପଠାଇ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜବତ ଗାଡ଼ିକୁ ପାରାଦ୍ଵୀପ ଆଦର୍ଶ ଥାନା ଜବତ କରିଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି।