ସଂଚାର ବ୍ୟୁରୋ: ପାଲଲହଡାରେ ଲଜ୍ଜା। ଘରୋଇ କୋଚିଙ୍ଗ ସେଣ୍ଟରରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ। କୋଚିଂ ସେଣ୍ଟର ମାଲିକ, ଶିକ୍ଷକ ମୁକେଶ ବେହେରାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ଭାଇରIଲ ହୋଇଛି। ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଘଟଣାରେ ପୋଲିସ ରସିକିଆ ଶିକ୍ଷକଙ୍କୁ ଗିରଫ କରିଛି। ଅନ୍ୟପଟେ ପୋଲିସ ପୀଡ଼ିତା ଛାତ୍ରୀଙ୍କର ବୟାନ ରେକର୍ଡ କରିଛି।