ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା । ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ଉପରେ କଟକଣା । ଗୃହମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ସାମ୍ପ୍ରଦାୟିକ, ଉତ୍ତେଜନାମୂଳକ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରସାରଣ ଅଭିଯୋଗରେ ବ୍ୟାନ୍ କରାଯାଇଛି । ଭାରତୀୟ ସେନା ଓ ସୁରକ୍ଷା କର୍ମୀଙ୍କ ବିରୋଧରେ ମିଥ୍ୟା ତଥ୍ୟ ପରିବେଷଣ । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ କେନ୍ଦ୍ର ସରକାର ଏପରି କଠୋର ପଦକ୍ଷେପ ନେଇଛନ୍ତି ।
ପୂର୍ବରୁ ପାକିସ୍ତାନ ସରକାରଙ୍କ ଏକ୍ସ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି । ପାକିସ୍ତାନ ସରକାରଙ୍କ କୌଣସି ତଥ୍ୟ ଏଥିରେ ଉପଲବ୍ଧ ହେବ ନାହଁ । ଭାରତର ଏଭଳି ଡିଜିଟାଲ ଷ୍ଟ୍ରାଇକ ପରେ ଛାନିଆ ହୋଇ ପଡିଛି ପାକିସ୍ତାନ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଏକ ଘରିକିଆ ପାକିସ୍ତାନ । ଭାରତ ସପକ୍ଷରେ ସାରା ବିଶ୍ବର ନେତା । ପାକିସ୍ତାନର ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି ବିଶ୍ୱବାସୀ । ଆମେରିକା, ରୁଷିଆ ଓ ଇସ୍ରାଏଲ୍ ଏବେ ପାକିସ୍ତାନର ଆତଙ୍କୀ ଗତିବିଧିକୁ ନିନ୍ଦା କରିଛନ୍ତି ।
