ଚଳିତି ବର୍ଷର ପଦ୍ମ ପୁରସ୍କାର ଘୋଷଣା । ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ କେନ୍ଦ୍ର ସରକାର। ଏଥରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ ଅନେକ ଅଜଣା ବ୍ୟକ୍ତି ବିଶେଷ ସ୍ଥାନ ପାଇଛନ୍ତି। ପଦ୍ମ ସମ୍ମାନ ପାଇଥିବା ବ୍ଯକ୍ତିଙ୍କ ମଧ୍ୟରେ ଅଛନ୍ତି, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନୀରଜା ଭାଟଲା। ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେହିପରି ସାମାଜିକ କର୍ମୀ ଭୀମ ସିଂ ଭବେଶ ପାଇବେ ପଦ୍ମଶ୍ରୀ। ପାରା ଅଲମ୍ପିଆନ ହରବିନ୍ଦର ସିଂଙ୍କୁ ପଦ୍ମଶ୍ରୀ। ଲେଖକ ଜଗଦୀଶ ଜୋସିଲାଙ୍କୁ ପଦ୍ମଶ୍ରୀ। ସଙ୍ଗୀତ ଗୁରୁ ନରେନ ଗୁରୁଙ୍ଗଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ସେହିପରି ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପି.ଡଚନମୁର୍ତ୍ତିଙ୍କୁ ପଦ୍ମଶ୍ରୀ, ମରାଠୀ ଲେଖକ ମାରୁତୀ ଭୁଜଙ୍ଗରାଓ ଚିତାଙ୍ଗପଲ୍ଲୀଙ୍କୁ ପଦ୍ମଶ୍ରୀ, ଚାଷୀ ଏଲ ହାଙ୍ଗଥିଙ୍ଗଙ୍କ ନାଁ ପଦ୍ମଶ୍ରୀ ପୁରସ୍କାର ଲାଗି ଘୋଷଣା ହୋଇଛି। କୁଏତର ଯୋଗ ପ୍ରଶିକ୍ଷକ ଶେଖ୍ ଆଲ ସବାହଙ୍କୁ ପଦ୍ମଶ୍ରୀ ଦିଆଯିବ। ଲୋକ ନୃତ୍ୟ ବିଶାରଦ ଭେଙ୍କାପ୍ପା ଅମ୍ବାଜୀ ସୁଗାତକରଙ୍କୁ ପଦ୍ମଶ୍ରୀ, ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମାସେଟ୍ଟୀଙ୍କୁ ପଦ୍ମଶ୍ରୀ ଏବଂ ଡାକ୍ ବାଦକ ଗୋକୁଳ ଚନ୍ଦ୍ର ଦାସଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ନାଁ ଘୋଷଣା କରାଯାଇଛି।