ସଂଚାର ବ୍ୟୁରୋ: ପଦ୍ମପୁରସ୍କାର ପ୍ରଦାନ ଉତ୍ସବ। ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ ହୋଇଛି। ମୋଟ ୧୩୯ ଜଣଙ୍କୁ ପ୍ରଦାନ କରାଯାଇଛି ପଦ୍ମ ପୁରସ୍କାର। ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ପୁରସ୍କାର। ଆଜି ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପିତ ଦ୍ରୌପଦୀ ମୁର୍ମୁ। ଆଜି ମରଣୋତ୍ତର ଶାରଦା ସିହ୍ନା ଓ କୁମୁଦିନୀ ରଜନୀକାନ୍ତ ଲାଖିଆଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ପଦ୍ମ ପୁରସ୍କାର ତିନିଟି ବର୍ଗରେ ପ୍ରଦାନ କରାଯାଇଥାଏ। ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ। ଏହି ପୁରସ୍କାରଗୁଡ଼ିକ କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବ୍ୟବସାୟ ଏବଂ ଶିଳ୍ପ, ଚିକିତ୍ସା ଏବଂ ସାହିତ୍ୟ ଇତ୍ୟାଦି ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ବିଶେଷ ଅତିଥି ମଧ୍ୟ ଉପସ୍ଥିତ ଥିଲେ।…

