ସଂଚାର ବ୍ୟୁରୋ: ବରଗଡ଼ ଜିଲ୍ଲାର ଚାଷୀଙ୍କ କାଳ ସାଜିଲା ପ୍ରାକ୍ ମୌସୁମୀ ବର୍ଷା। ତିନି ଦିନ ଧରି ତୁହାକୁ ତୁହା ବର୍ଷା ହେବାରୁ ବ୍ୟାପକ ରବି ଧାନ ଫସଲ ନଷ୍ଟ ହୋଇଛି। ରବି ଧାନ ବିଲରେ କଟା ଧାନ ପଡ଼ି ରହିଥିଲା। ବର୍ଷା ହେବାରୁ ତାହା ଗଜା ହୋଇ ଯାଇଛି। କେଉଁଠି ଚାଷୀର ଖଳାରେ ଶୁଖୁଥିବା ଧାନ ଭିଜି ଯାଇଛି ତ ନଷ୍ଟ ହେବାକୁ ଲାଗିଛି। ଅମଳ ଧାନ ବିକିବା ପ୍ରାଇଁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ବର୍ଷାରେ ତାହା ଭିଜି ଯାଇଛି। କେଉଁଠି ଧାନ ଅମଳ ସରି ଚାଷୀ ଟୋକନ୍ ପାଇ ନାହିଁ ତ କେଉଁଠି ଟୋକନ୍ ପାଇଛି ହେଲେ ଧାନ ଅମଳ ସରିନାହିଁ ।
ଏଭଳି ସ୍ଥିତିରେ ଅମଳ ଧାନ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ପଲିଥିନ ଘୋଡ଼ାଇଲେ ମଧ୍ୟ ବର୍ଷା ଯୋଗୁଁ ଆର୍ଦ୍ରତା ରହୁଥିବାରୁ କଟନି ଛଟନି ଚିନ୍ତା ବଢ଼ିଛି । ମଣ୍ଡିରେ ଧାନକୁ ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଥିବା କହିଛନ୍ତି ସିଏସଓ ବିଭୁପ୍ରସନ୍ନ ଆଚାର୍ଯ୍ୟ।