ସଂଚାର ବ୍ୟୁରୋ: ୱାକଫ ବିଲକୁ ନେଇ ବଢିଲା ବିବାଦ। ଏନେଇ ବିଜେପି ଉପରେ ବର୍ଷିଛନ୍ତି ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସି। ଏହି ବିଲ୍ ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ସମ୍ବିଧାନର ଧାରା ୧୪, ୨୫, ୨୬ ଓ ୨୯କୁ ଏହା ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ଓେବସି। ରାଜନୈତିକ କାରଣରୁ ଏହି ବିଲକୁ ନୀତୀଶ କୁମାର, ଚିରାଗ ପାଶୱାନ, ଜୟନ୍ତ ଚୌଧୁରୀ, ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ସେପଟେ ଆସନ୍ତାକାଲି ହେବାକୁ ଥିବା ବିଲ୍ ସମ୍ପର୍କରେ ଆଲୋଚନା ଲାଗି ୮ ଘଣ୍ଟା ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ। ବିଲ୍ ପ୍ରସଙ୍ଗରେ ବିଜନେସ ଆଡଭାଇଜରୀ କମିଟି ବୈଠକକୁ ବିରୋଧୀ ଦଳ ବର୍ଜନ କରିଛନ୍ତି। ଏହି କମିଟିରେ ଅଧ୍ୟକ୍ଷତା କରିଥିଲେ ବାଚସ୍ପତି। ରିଜିଜୁ କହିଛନ୍ତିୃ ଏହି ବିଲ୍ ସମ୍ପର୍କରେ ଆଲୋଚନା ଲାଗି ବିରୋଧୀ ଚାହୁଁନାହାନ୍ତି। ୱାକଫ ବିଦାଦର ସମାଧାନ ଓ ଏହାର ସମ୍ପତ୍ତିର ନିୟନ୍ତ୍ରଣ ଲାଗି ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।