ସଂଚାର ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଅନଲାଇନ ଠକେଇ । ଚାକିରି କରାଇଦେବାକୁ କହି ଲୁଟିନେଲେ ଟଙ୍କା । ଫୋନ ପେ ମାଧ୍ଯମରେ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦିବ୍ଯାଙ୍ଗ ଯୁବକ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦ ପ୍ରସାଦ ଗାଁରେ ଘଟିଛି ଏଭଳି ଘଟଣା । ମୁକୁନ୍ଦ ପ୍ରସାଦ ଗାଁରେ ଅମିତ୍ କୁମାର ପଣ୍ଡା ନାମକ ଜଣେ ଯୁବକ ବାପାଙ୍କ ମୃତ୍ୟୁ ପରେ ଚାକିରି ଖୋଜୁଥିଲେ । ଠିକ ସେହି ସମୟରେ ବିନା ଆବେଦନ ଏବଂ ବିନା ପରୀକ୍ଷାରେ ରେଳ ବିଭାଗରେ ଚାକିରି କରାଇ ଦେବାକୁ ଅମିତଙ୍କୁ କହି ବିଶ୍ଵାସ ଜନ୍ମାଇଥିଲେ ଓସ୍ତପଡା ଗାଁର ସୁକାନ୍ତ ପାଇକରାୟ ନାମକ ଜଣେ ଦିବ୍ୟାଙ୍ଗ ଯୁବକ । ବିଭିନ୍ନ ସମୟରେ ଫୋନ ପେ ଜରିଆରେ ୧୫ ଲକ୍ଷ ଟଙ୍କା ସୁକାନ୍ତ ଅମିତଙ୍କ ଠାରୁ ନେଇଥିଲେ। ଅମିତ୍ ଯେତେବେଳେ ଜାଣିଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି। ସେ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ସୁକାନ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ବ୍ୟାଙ୍କ୍ ଏଟିମ୍ କାର୍ଡ, ମୋବାଇଲ , ନଗଦ ୨୨ ହଜାର ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସୁକାନ୍ତ ଟଙ୍କା ଠକି ନେଇଥିବା କଥା ମଧ୍ୟ ସ୍ବୀକାର କରିଛି।…