ସଂଚାର ବ୍ୟୁରୋ: ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ତେଲ ଦିଆଯିବନି । ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର। ଏପ୍ରିଲ ପହିଲାରୁ ଏହି ନିୟମ ଲାଗୁ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ ମନିନ୍ଦର ସିଂହ ସିରସା। ସେ କହିଛନ୍ତି, ଦିଲ୍ଲୀର ଭୟଙ୍କର ପରିବେେଶ ପ୍ରଦୂଷଣ ପାଇଁ ଏହି ଜରୁରୀ ପଦକ୍ଷେପ ନିଆଯାଉଛି। ନ ହେଲେ ଦିଲ୍ଲୀରେ ବଞ୍ଚିବା ମୁସ୍କିଲ । ପୁରୁଣା ଗାଡ଼ିରୁ ବେଶି ପ୍ରଦୂଷଣ ହେଉଛି। ଏଥିପାଇଁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ବ୍ଯାନ କରାଯାଉଛି। ଯିଏ ମାନିବ ତାକୁ ପେଟ୍ରୋଲ, ଡିଜେଲ ଦିଆଯିବନି। ପେଟ୍ରୋଲ ପମ୍ପରେ ଏହାର ବ୍ୟବସ୍ଥା କରାଯାଉଛି। କେତେକ ଲୋକ ଏହାକୁ ସମର୍ଥନ କରିଥିବା ବେଳେ ଆଉ କେତେକ ଏହାକୁ ବିରୋଧ କରିଛନ୍ତି।