ସଂଚାର ବ୍ୟୁରୋ: ଭାଙ୍ଗିଲା ଓଡ଼ିଶା ମହିଳା କମିଶନ। ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ପଦରୁ ହଟାଇବା ସହ କମିଶନର ସମସ୍ତ ସଦସ୍ୟଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି ସରକାର। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଜ୍ୟରେ ମହିଳା କମିଶନ ଠିକ୍ ଭାବେ କାମ କରୁନାହିଁ ଅଭିଯୋଗ କରି ମହିଳା କମିଶନର ମିନତୀ ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ବିଭାଗ। ଏହାସହ ମହିଳା କମିଶନର ସମସ୍ତ ସଦସ୍ୟଙ୍କୁ ମଧ୍ୟ ନୋଟିସ ଜାରି କରି ଗତ ନଭେମ୍ବର ୧ ତାରିଖ ଅପରାହ୍ନ ୪ଟା ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ମହିଳା କମିଶନର ମିନତୀ ବେହେରା ଓ ଅନ୍ୟ ସଦସ୍ୟ ଉତ୍ତର ରଖିଥିଲେ ମଧ୍ୟ ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ କମିଶନର ସମେତ ସମସ୍ତ ସଦସ୍ୟଙ୍କୁ ପଦରୁ ହଟାଇ ଦେଇଛନ୍ତି।